The Topmost

“The eyes believe themselves, the ears believe other people.”

ଲକ୍ଷଣ ଥିଲେ ଟେଷ୍ଟ କରିବାକୁ ପରାମର୍ଶ

ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦିନକରେ ୭ ହଜାର ୮୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ କେସ୍ ୪୦ ହଜାର ୨୧୫ ରହିଛି । ସେହିପରି ରାଜ୍ୟରେ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଗକୁ ଆହୁରି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ । ଅଧିକ ଟେଷ୍ଟିଂ କରାଯାଉଥିବାକୁ ସଂକ୍ରମଣ ବୃଦ୍ଧି ପାଉଛି । ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ରହିବାକୁ ସ୍ବାସ୍ଥ୍ୟ ବିଭାଗ ଅପିଲ୍ କରିଛି । ସଂକ୍ରମଣ ବଢୁଥିଲେ ମଧ୍ୟ ଗୁରୁତରଙ୍କ ସଂଖ୍ୟା କମ୍ ରହିଛି । ଲକ୍ଷଣ ଥିଲେ ଟେଷ୍ଟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।