ଚୀନର ହାଙ୍ଗଝୌରେ ଚାଲିଥିବା ପାରା ଏସୀୟ କ୍ରୀଡ଼ାରେ ବୁଧବାର ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶାର ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଆଜି ଏକ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ବ୍ୟାଡମିଣ୍ଟନ ପୁରୁଷ ଏକକ ବର୍ଗରେ ସେମି ଫାଇନାଲରେ ପ୍ରମୋଦ ଥାଇଲ୍ୟାଣ୍ଡର ମଙ୍ଗଖୋନ ବୁନ୍ସୁନ୍ଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହିତ ସେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ପ୍ରମୋଦ ଥାଇଲ୍ୟାଣ୍ଡର ମଙ୍ଗଖୋନ ବୁନ୍ସୁନ୍ଙ୍କୁ ୨୧-୧୩, ୨୧-୧୨ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଗତକାଲି ପ୍ରମୋଦ ମିକ୍ସଡ ଡବଲ୍ସ ବା ମିଶ୍ରିତ ଯୁଗଳରେ ସେମି ଫାଇନାଲରେ ମନୀଷା ରାମଦାସଙ୍କୁ ସାଥୀ କରି ଖେଳିଥିବା ବେଳେ ଇଣ୍ଡୋନେସିଆର ଯୋଡ଼ି ଲିଆନି ରାତ୍ରି ଓକତିଲା ଓ ହିଜମତ ରାମଦାନୀଙ୍କଠାରୁ ୧୯-୨୧ ଓ ୧୪-୨୧ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ।
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ