The Topmost

“The eyes believe themselves, the ears believe other people.”

ରୋଡ୍ ସୋ’ରେ ଦଳାଚକଟା, ୭ ମୃତ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ ସୋ’ରେ ଅଭାବନୀୟ ଘଟଣା ।  ନେଲୋର ଜିଲ୍ଲା କାଣ୍ଡୁକରରେ ଟିଡିପି ମୁଖ୍ୟ ରୋଡ ସେ କରୁଥିବା ବେଳେ ଦଳାଚକଟା । ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି  କରାଯାଇଛି । ରାସ୍ତାକଡ଼ରେ ଥିବା ଖୋଲା ଡ୍ରୋନରେ ପଡ଼ି ୭ଜଣ ମୃତ୍ୟୁ ହୋଇଥିବା ବେଳେ ଘଟଣା ପରେ ଜନସଭାକୁ ବାତିଲ କରିଥିଲେ ଚନ୍ଦ୍ରବାବୁ ନାଇଡୁ । ଚନ୍ଦ୍ରବାବୁଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ହଜାର ହଜାର ସାଧାରଣ ଜନତା ଓ ଟିଡିପି କର୍ମୀ ଏକତ୍ରିତ ହୋଇଥିଲେ । ଏହି ସମୟରେ କର୍ମୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ହାତହାତି ହେବାରୁ ଠେଲାପେଲା ଓ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ସେପଟେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଏବଂ ସେମାନଙ୍କ ପିଲାଙ୍କୁ ଏନଟିଆର ଟ୍ରଷ୍ଟ ଶିକ୍ଷାନୁଷ୍ଠାନରେ ପାଠ ପଢାଇବାକୁ ଘୋଷଣା କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ସେହିପରି ଆହତମାନଙ୍କ ଚିକିତ୍ସା ଦାୟୀତ୍ୱ ନେବା ପାଇଁ ଦଳୀୟ ନେତାଙ୍କୁ ଚନ୍ଦ୍ରବାବୁ ନାଇଡୁ ନିର୍ଦ୍ଦେଶ ଦେଇଛନ୍ତି ।