ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରଚୁର ପରିମାଣର ପନିପରିବା ଓ ଫଳମୂଳ ଖାଇବାକୁ ପଡ଼ିବ। ଏସବୁ ନଖାଇଲେ ଆପଣ ଦୁର୍ବଳ ହୋଇପଡ଼ିବେ। ସବୁ ଫଳର ଭିନ୍ନ ଭିନ୍ନ ଗୁଣ ରହିଛି। ତେବେ, ଚାଲନ୍ତୁ ଜାଣିବା ଡାଳିମ୍ଭ ଖାଇବା ଦ୍ବାରା ଆମ ଶରୀରକୁ କେଉଁ ପ୍ରକାରର ଲାଭ ମିଳିଥାଏ।
ଡାଳିମ୍ବରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍ କୋଷକୁ ସୁରକ୍ଷିତ ରଖେ। ତେବେ ଅତ୍ୟଧିକ ପରିମାଣର ଡାଳିମ୍ବ ଖାଇବା ବି ଭଲ ନୁହେଁ। ଏହାର କୁପ୍ରଭାବ ରହିଛି।
ଡାଳିମ୍ବରେ ଥିବା ପୋଷଣ ହୃଦ୍ରୋଗ, କର୍କଟ ଓ ମଧୁମେହ ଆଦି ରୋଗ ସହ ଲଢ଼ିବାରେ ସାମର୍ଥ୍ୟ ରଖେ। ଡାଳିମ୍ବ ଖାଇଲେ ଏହି ସବୁ ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ।
ଅତ୍ୟଧିକ ପରିମାଣର ଡାଳିମ୍ବ ଖାଇଲେ କୋଷ୍ଠକାଠିନ୍ୟ ହେବାର ସମ୍ଭାବନା ରହିଛି। ଏହାକୁ ଆପଣ ଏକ ସୀମା ମଧ୍ୟରେ ଖାଇବା ଉଚିତ।
ଦିନକୁ ୧ରୁ ୨ କପ୍ ଡାଳିମ୍ବ ଖାଇଲେ ବିଶେଷ କୌଣସି ଅସୁବିଧା ହୁଏ ନାହିଁ। ତା’ଠାରୁ ଅଧିକ ଡାଳିମ୍ବ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା