The Topmost

“The eyes believe themselves, the ears believe other people.”

ରେଳ ଯାତ୍ରୀଙ୍କ ମୁଣ୍ଡରେ ଚଡକ ! ଏଣିକି ୧ ବର୍ଷର ପିଲାଙ୍କୁ ଲାଗିବ ଟିକେଟ୍

ରେଳ ଯାତ୍ରୀଙ୍କ ମୁଣ୍ଡରେ ଚଡକ । ଏଣିକି 1 ବର୍ଷର ପିଲାଙ୍କୁ ବି ଲାଗିବ ଟିକେଟ୍ । ତେବେ ପୂର୍ବରୁ ରେଳ ବିଭାଗ ତରଫରୁ ୧ ରୁ ୫ ବର୍ଷ ମଧ୍ୟରେ ଛୋଟ ପିଲାଙ୍କ ପାଇଁ ଟିକେଟର ପ୍ରାବଧାନ ନଥିଲା । ହେଲେ ଏବେ ରେଳ ମନ୍ତ୍ରଣାଳୟ ତରଫରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ ରେଳ ମନ୍ତ୍ରଣାଳୟ ତରଫରୁ ରିଜର୍ଭ ବୁକିଂ ଉପରେ ଏହି ବୟସର ପିଲାମାନଙ୍କୁ ସାମିଲ କରିଛନ୍ତି । ଅର୍ଥାତ ଆପଣ ଯଦି ଆପଣଙ୍କର ଛୋଟ ପିଲାଙ୍କୁ ନେଇ ରିଜରର୍ଭେସନ ବଗିରେ ଯାଉଛନ୍ତି ତେବେ ସେମାନଙ୍କ ପାଇଁ ମଧ୍ୟ ପୁରା ଟିକେଟ ବୁକିଂ କରିବାକୁ ପଡିବ । ଯାହାକି ଏପର୍ଯ୍ୟନ୍ତ ନିଶ୍ଳୁକ ଥିଲା । ସେପଟେ ରେଳ ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତିକୁ ସମାଜବାଦୀ ପାର୍ଟି ବିରୋଧ କରିଛି ।