The Topmost

“The eyes believe themselves, the ears believe other people.”

ରେଳ ଦୁର୍ଘଟଣା ନେଇ ବ୍ରିଟେନରୁ ଶୋକବାର୍ତ୍ତା

ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ବିଶ୍ୱରୁ ଶୋକବାର୍ତ୍ତା ଆସିବାରେ ଲାଗିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ପରେ ଏବେ ୟୁରୋପୀୟ କମିଶନ ସଭାପତି ଉର୍ସୁନା ଭନ୍ ଡେର ଲେଏନ୍ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କର ଶୋକବାର୍ତ୍ତାରେ ମୃତକଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ୱର ବାହାନଗା ନିକଟରେ ଦୁର୍ଘଟଣାରେ ଶିକାର ହୋଇଛି । ଟ୍ରେନର କିଛି ବଗି ଲାଇନଚ୍ୟୁତ ହେବା ପରେ ଏହା ଏକ ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

SHARE BY