The Topmost

“The eyes believe themselves, the ears believe other people.”

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନି । ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟରି ପଲିସି କମିଟିର ମିଟିଂରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଥିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ସମୟରେ ସେ ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବା ନେଇ ସୂଚନା ଦେଇଛନ୍ତି । ତେବେ ଶେଷ ଥର ପାଇଁ ରିଜର୍ଭ ବ୍ୟାଙ୍କ ୨୦୨୩ ମସିହା ଫେବ୍ରୁଆରୀ ୮ ତାରିଖରେ ରେପୋ ରେଟରେ ପରିବର୍ତ୍ତନ କରିଥିଲା । ଏହାବାଦ୍ ରିଜର୍ଭ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ମଧ୍ୟ ସ୍ଥିର ରଖିଛି । ଯାହାକି ବର୍ତ୍ତମାନ ୩.୩୫ ପ୍ରତିଶତ ରହିଛି । ଅନ୍ୟପଟେ ଏମଏସଏଫ୍ ରେଟ୍ ଏବଂ ବ୍ୟାଙ୍କ୍ ରେଟ୍ ୬.୭୫ ପ୍ରତିଶତ ରହିଛି । ସେପଟେ ରିଜର୍ଭ ବ୍ୟାଙ୍କ ଗର୍ଭଣ୍ଣର ଶକ୍ତିକାନ୍ତ ଦାସଙ୍କ କହିବା ମୁତାବକ, ଏଥର ଜିଡିପି ଗ୍ରୋଥର ଅନୁମାନ ୭ ପ୍ରତିଶତ ରଖାଯାଇଛି । ଯାହାର ପୂର୍ବ ଅନୁମାନ ମଧ୍ୟ ୭.୩ ରହିଥିଲା । ଏହାସହ ଗତ ଏକ ବର୍ଷ ଧରି ଭାରତୀୟ ମୁଦ୍ରାରେ ସ୍ଥିରତା କାୟମ୍ ରହିଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି ।