The Topmost

“The eyes believe themselves, the ears believe other people.”

ରେପୋରେଟ୍ ବୃଦ୍ଧି ହେବ କି !

ଦେଶର ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ବଡ଼ ଘୋଷଣା କରିପାରେ ଆରବିଆଇ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ମୂଲ୍ୟ ନିର୍ଦ୍ଧାରଣ କମିଟିର ବୈଠକ ଆରମ୍ଭ ହୋଇଛି । ଏହି ଦ୍ୱିମାସିକ ସମୀକ୍ଷା ସମୟରେ ରେପୋ ରେଟ୍‌ ବୃଦ୍ଧି କରିବା ନେଇ ନିଷ୍ପତି ହୋଇପାରେ । ୪୦ ବିପିଏସ ରେପୋରେଟ୍ ବୃଦ୍ଧି ହୋଇପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏଥିସହ ଦେଶରେ ବଢ଼ି ଚାଲିଥିବା ମୁଦ୍ରାସ୍ପିତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇପାରେ । କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବରୁ ମୁଦ୍ରାନୀତି ଧିରେ ଧିରେ ସୁଧାର ଆଣିବେ ବୋଲି ଘୋଷଣା କରିଥିଲେ । RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏମପିସି ଆସନ୍ତାକାଲି ଘୋଷଣା କରିବେ । ଦେଶରେ ବଢ଼ି ରହିଥିବା ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଲାଗି ଉଭୟ କେନ୍ଦ୍ର ସରକାର ଓ ଆରବିଆଇ ଉଦ୍ୟମ ଜାରି ରଖିଛନ୍ତି । ଏହା ସତ୍ତ୍ୱେ ଚଳିତବର୍ଷ ଜାନୁୟାରୀ ମାସରୁ ମୁଦ୍ରାସ୍ପିତି ହାର ୬ ପ୍ରତିଶତରୁ ଉପରେ ରହିଛି । ଆରବିଆଇ ମୂଦ୍ରାସ୍ପିତିକୁ ୪ ପ୍ରତିଶତରେ ରଖିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥିରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଓ ହ୍ରାସ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଇଛି ।