ପୂର୍ବ ୟୁକ୍ରେନର ସୋଲେଦାର ସହର ରୁଷ୍ ନିୟନ୍ତ୍ରଣରେ । ଗୁରୁବାର ସନ୍ଧ୍ୟାରେ ରୁଷ୍ ବାହିନୀ ଉକ୍ତ ସହରକୁ ସଂପୂର୍ଣ୍ଣ ଦଖଲ କରିଛନ୍ତି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଅନ୍ୟପକ୍ଷରେ ୟୁକ୍ରେନର ପୂର୍ବ ସାମରିକ କମାଣ୍ଡ ମୁଖପାତ୍ର ରୁଷ୍ର ଦାବିକୁ ଖଣ୍ଡନ କରିଛନ୍ତି । ସୋଲେଦାର ଏବେ ବି ୟୁକ୍ରେନ ସେନା ନିୟନ୍ତ୍ରଣରେ ଥିବା ସେ କହିଛନ୍ତି । ୟୁକ୍ରେନ ସେନାବାହିନୀ ଏବେ ବି ସୋଲେଦାରରେ ଲଢ଼େଇ ଜାରି ରଖିଛନ୍ତି ବୋଲି ୟୁକ୍ରେନ୍ ଦାବି କରିଛି। କ୍ଷୁଦ୍ର ସହର ସୋଲେଦାର ପାଇଁ ଉଭୟ ରୁଷ୍ ଏବଂ ୟୁକ୍ରେନ ବିପୁଳ କ୍ଷତି ସହିଲେଣି । ତେବେ ସୋଲେଦାର ସହର ପାଇଁ ୨ ରାଷ୍ଟ୍ର ମଧ୍ୟରେ ଲଢ଼େଇ ପାଇଁ ପ୍ରାୟ ୫୦୦ରୁ ଅଧିକ ଲୋକ ଏଠାରେ ଫସି ରହିଛନ୍ତି। ସୋଲେଦାର ଅକ୍ତିଆର କରିବା ରୁଷ୍ ପାଇଁ ସବୁଠାରୁ ବଡ଼ ସଫଳତା ବୋଲି ଏହା କହିଛି।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ