ରୁଷ୍ ଦୂତାବାସ ଆଗରେ ଆତ୍ମଘାତୀ ବିସ୍ଫୋରଣ । ଏଥିରେ ୮ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ଜଣ ଦୂତାବାସ କର୍ମଚାରୀ ଥିଲେ ବୋଲି ରୁଷୀୟ ନ୍ୟୁଜ ଏଜେନ୍ସି ଆରଆଇଏ ନୋଭୋସ୍ତି କହିଛି । ସୂଚନା ଅନୁସାରେ କାବୁଲରେ ଥିବା ରୁଷୀୟ ଦୂତାବାସ ଆଗରେ ଆଜି ଏକ ବଡ଼ ଧରଣର ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି । ତେବେ ମୃତ କର୍ମଚାରୀମାନେ କିଏ କିମ୍ବା ସେମାନେ କିପରି ମରିଛନ୍ତି ସେନେଇ ରୁଷର ବିଦେଶ ମନ୍ତ୍ରଣାଳୟ କୌଣସି ସୂଚନା ଦେଇନାହିଁ । ଦୂତାବାସ ବାହାରେ ଭିସା ଆଶାୟୀ ଲୋକମାନଙ୍କ ନାଁ ଡାକିବାକୁ ରୁଷର ଜଣେ କର୍ମଚାରୀ ବାହାରକୁ ଆସିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ପୋଲିସ କହିଛି ଯେ ଆକ୍ରମଣକାରୀ ଦୂତାବାସ ଫାଟକ ନିକଟରେ ପହଞ୍ଚିବା ପରେ ତାଙ୍କୁ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିଥିଲେ । ଏହି ଆକ୍ରମଣ ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ଏହା ପଛରେ ଆତଙ୍କବାଦୀ ସଂଗଠନ ତଥା ତାଲିବାନର ବିରୋଧୀ ଆଇଏସର ହାତ ଥିବା ସନ୍ଦେହ କରାଯାଉଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ