The Topmost

“The eyes believe themselves, the ears believe other people.”

ରୁଷୀୟ ଆଗ୍ନେୟଗିରି କ୍ଲାୟୁଚେଭ୍‌ସ୍କାୟା ସୋପ୍‌କାରେ ୬ ଆରୋହୀ ମୃତ

ରୁଷୀୟ ଆଗ୍ନେୟଗିରିରେ ୬ ଆରୋହୀ ମୃତ । ତେବେ ଭୀଷଣ ହେମାଳ ପବନ ବହିବାରୁ ଉଦ୍ଧାରକାର୍ଯ୍ୟରେ ବାଧା ଉପୁଜିଥିଲା । ରୁଷ୍‌ରେ କ୍ଲାୟୁଚେଭ୍‌ସ୍କାୟା ସୋପ୍‌କା ଆଗ୍ନେୟଗିରି ଚଢ଼ିଥିବା ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୬ଜଣ ଫସି ରହିଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ୨ଜଣ ଗାଇଡ୍‌ଙ୍କ ସମତେ ୧୨ଜଣିଆ ଦଳ ମଙ୍ଗଳବାର ଦିନ ୧୫,୫୯୭ ଫୁଟ୍‌ ଉଚ୍ଚ ଆଗ୍ନେୟଗିରି ଆରୋହଣ କରିବାକୁ ବାହାରିଥିଲେ । କିନ୍ତୁ, ୪,୨୦୦ ମିଟର୍‌ ଉଚ୍ଚରେ ପହଞ୍ଚିଥିବା ବେଳେ ଶନିବାର ଦିନ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି । ଜଣେ ଆରୋହଣକାରୀଙ୍କ ଗୋଡ଼ ଭାଙ୍ଗିଯାଇଥିବା କଥା ମଧ୍ୟ ସେମାନେ ସୂଚନା ଦେଇଛନ୍ତି । ଉଦ୍ଧାରକାରୀ ଦଳ ସେମାନଙ୍କ ନିକଟରେ ପହଞ୍ଚିବାକୁ ରବିବାର ଦିନ ଉଦ୍ୟମ କରିଥିଲେ, କିନ୍ତୁ ଭୀଷଣ ହେମାଳ ପବନ ହେଲିକପ୍ଟର୍‌ ଅବତରଣ କରାଇ ନ ଦେବାରୁ ସେମାନେ ଫେରି ଆସିଛନ୍ତି ।