The Topmost

“The eyes believe themselves, the ears believe other people.”

ରିଲିଫ୍ ସାମଗ୍ରୀ ନେଇ ଗଲା ଭାରତର ୭ମ ପ୍ଲେନ୍

ତୁର୍କୀ ଓ ସିରିଆରେ କେବଳ ଭୂକମ୍ପ ନୁହେଁ, ପ୍ରକୃତି ବି ଦାଉ ସାଧିଛି । ଉଭୟ ଦେଶର ଲୋକଙ୍କ ପାଖରେ ନା କିଛି ଖାଇବାକୁ ଅଛି, ନା ପିନ୍ଧିବାକୁ କିଛି ଅଛି । ଘର ଉପର ଛପର ଭୁଶୁଡ଼ି ପଡ଼ିଥିବାରୁ ଖୋଲା ଆକାଶ ତଳେ ଲକ୍ଷ ଲକ୍ଷ ଲୋକଙ୍କୁ ମାଇନସ୍ ଟେମ୍ପରେଚରରେ ଦିନ କାଟିବାକୁ ପଡୁଛି । ଏମିତି ସ୍ଥିତିରେ ବିଭିନ୍ନ ଦେଶ ତରଫରୁ ଉଦ୍ଧାର କାର୍ଯ୍ୟ ସହ ରିଲିଫ ପ୍ରଦାନ ଜୋରସୋରରେ ଚାଲିଛି । ଆଉ ଏହି କ୍ରମରେ ଭାରତ ରହିଛି ସମସ୍ତଙ୍କଠାରୁ ଆଗରେ । ଅପରେସନ ଦୋସ୍ତ ଜରିଆରେ ଭାରତର ୭ମ ପ୍ଲେନ ରିଲିଫ ସାମଗ୍ରୀ ନେଇ ତୁର୍କୀ ଓ ସିରିଆ ଅଭିମୁଖେ ଯାଇସାରିଛି । ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରପୋର୍ଟରୁ ଭାରତର ଗ୍ଲୋବମାଷ୍ଟର ୩୫ ଟନରୁ ଅଧିକ ରିଲିଫ ସାମଗ୍ରୀ ନେଇ ଉଡ଼ିଛି । ଏନେଇ ନିଜେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଦେଇଛନ୍ତି ।