The Topmost

“The eyes believe themselves, the ears believe other people.”

ରିଲିଜ ହେଲା ‘ପଠାନ୍’

ଆଜି ରିଲିଜ୍ ହୋଇଛି ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ । ଦେଶର ପ୍ରାୟ ଅଢ଼େଇ ହଜାରରୁ ଅଧିକ ଫିଲ୍ମ ହଲରେ ପଠାନ୍ ରିଲିଜ୍ ହୋଇଛି । ଦୀର୍ଘ ଚାରି ବର୍ଷ ପରେ ଶାହାରୁଖ ଖାନଙ୍କ ଅଭିନୀତ କୌଣସି ଫିଲ୍ମ ବଡ ପରଦାକୁ ଆସୁଥିବାରୁ, ଏହାକୁ ଦେଖିବାକୁ ସିନେ ପ୍ରେମିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ପଠାନ ଦେଖିବାକୁ ଲୋକଙ୍କ ଭିତରେ କେତେ ଆଗ୍ରହ ରହିଛି, ରିଲିଜ୍ ହେବା ପୂର୍ବରୁ ବକ୍ସ ଅଫିସ ଆଡଭାନ୍ସ ବୁକିଂ ତାର ସୂଚନା ଦେଉଛି । ଆଜି ପାଇଁ ଅଧିକାଂଶ ଫିଲ୍ମ ହଲର ଟିକେଟ ଆଗୁଆ ବୁକ୍ଂ କରିଛନ୍ତି ସିନେ ପ୍ରେମୀ । ବୁଧବାର ଫିଲ୍ମ ପାଇଁ ଦେଶର କେତେକ ସ୍ଥାନରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା । ଭଲ ବ୍ୟବସାୟ ହେବା ପରେ, ଗୁରୁବାରଠାରୁ ସାରାଦେଶରେ ଆରମ୍ଭ ହୋଇଥିଲା ଆଡଭାନ୍ସ ବୁକିଂ । ପ୍ରଥମ ଦିନରେ ୨୪ଘଂଟା ଭିତରେ ୧ଲକ୍ଷ ୧୭ହଜାରରୁ ଅଧିକ ଟିକେଟ ବୁକ୍ ହୋଇଥିଲା । ଦ୍ୱିତୀୟ ଦିନରେ ୨ଲକ୍ଷ ଟିକେଟ ବିକ୍ରି ହୋଇଥିଲା । ରବିବାର ସୁଦ୍ଧା ୪ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇ ସାରିଛି ।

SHARE BY