The Topmost

“The eyes believe themselves, the ears believe other people.”

ରିମାଣ୍ଡରେ ଖୋଲୁଛି ହନିଟ୍ରାପର ଗୁମର

ରିମାଣ୍ଡରେ ଖୋଲୁଛି ହନିଟ୍ରାପର ଗୁମର । ୪ ଦିନିଆ ରିମାଣ୍ଡର ଆଜି ଦ୍ବିତୀୟ ଦିନ । ରିମାଣ୍ଡରେ ହନିଟ୍ରାପର ଗୁମର ଖୋଲୁଛି ବାଲେଶ୍ବର ଆଇଟିଆରର ବରିଷ୍ଠ ଟେକନିକାଲ ଅଫିସର ବାବୁରାମ ଦେ । ସ୍ବତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତଙ୍କୁ ଘନଘନ ଜେରା କରୁଛି ବାଲେଶ୍ବର ପୋଲିସ । ପ୍ରାଥମିକ ପର୍ଯ୍ୟାୟରେ ଆର୍ଥିକ ନେଣଦେଣ ସମ୍ପର୍କରେ ତଦନ୍ତ କରାଯାଉଛି । ଆର୍ଥିକ କାରବାରର ଯାଞ୍ଚ ପାଇଁ ବ୍ୟାଙ୍କକୁ ତଥ୍ୟ ମାଗିଛି ପୋଲିସ । ଅଭିଯୁକ୍ତର ଦୁଇଟି ବ୍ୟାଙ୍କରେ ଆକାଉଣ୍ଟ ଥିବାବେଳେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି । ଟ୍ରାଞ୍ଜାକ୍ସନ ସମ୍ପର୍କରେ ତଥ୍ୟ ଦେବାକୁ ବ୍ୟାଙ୍କକୁ କୁହାଯାଇଛି । ଅନ୍ୟପଟେ ଅଭିଯୁକ୍ତର ପରିବାର ନାଁରେ ରହିଥିବା ସମ୍ପତ୍ତି ସମ୍ପର୍କରେ ସୂଚନା ଦେବାକୁ ଜଳେଶ୍ବର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।