ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ଆପାର୍ଟମେଣ୍ଟରେ ରମେଶ ଅଗ୍ରଓ୍ବାଲ ନିଜ ପତ୍ନୀଙ୍କ ସହ ରହୁଥିଲେ । ତେବେ ରିତେଶ ଏହି ଆପାର୍ଟମେଣ୍ଟରେ ରହନ୍ତି ନାହିଁ । ସେ କହିଛନ୍ତି ଯେ ତାଙ୍କ ପିତା, ଯିଏକି ତାଙ୍କ ପ୍ରଥପ୍ରଦର୍ଶକ ଥିଲେ, ମାର୍ଚ୍ଚ ୧୦ ତାରିଖରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ମୃତ୍ୟୁ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖର ଘଡ଼ିରେ ସମସ୍ତେ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ସେ କହିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ