ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ । ପଦ ରଦ୍ଦ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି । ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁରଟ ଜିଲ୍ଲା କୋର୍ଟ । କେରଳ ଓ୍ୱାଇନାଡାରୁ ଲୋକସଭା ସାଂସଦ ଅଛନ୍ତି ରାହୁଲ ଗାନ୍ଧୀ । ସମ୍ବିଧାନର ଧାରା ୧୦୨(୧) (E) ଅନୁସାରେ ସଦସ୍ୟତା ରଦ୍ଦ ହୋଇଛି । ଧାରା ୪୯୯ ଓ ୫୦୦ ଅନୁସାରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ୨୦୧୯ରେ କର୍ଣ୍ଣାଟକରେ ଏକ ରାଜନୈତିକ ସଭାରେ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ