ବିଧାନସଭା ନିର୍ବାଚନକୁ ନେଇ ତେଲେଙ୍ଗାନାରେ କଂଗ୍ରେସର ପ୍ରଚାର । ଆଜିଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିଜୟଭେରୀ ଯାତ୍ରା । ହଜାର ହଜାର ସଂଖ୍ୟାରେ ସମର୍ଥକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ପାନୁର ଗାଁରୁ ଆରମ୍ଭ ହୋଇଛି ଏହି ବିଜୟଭେରି ଯାତ୍ରା । ୩ ଦିନ ଧରି ଚାଲିବ ରାହଲୁଙ୍କ ଏହି ବିଜୟଫେରି ଯାତ୍ରା । ଆଜି ଅପରାହ୍ନରେ ପେଦାପଲ୍ଲୀରେ ସାଧାରଣ ସଭାକୁ ସମ୍ବୋଧିତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହାପରେ ପେଦାପଲ୍ଲୀରୁ କରିମନଗର ଯାଏଁ ବସଯାତ୍ରା କରିବେ । କରିମନଗର ହାଉସିଂ ବୋର୍ଡ ସର୍କଲରୁ ରାଜୀବ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିବେ ରାହୁଲ । ଏହାପରେ ରାହୁଲଙ୍କ ରାଜୀବ ଛକରେ ସାଧାରଣ ସଭାକୁ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି। ଆସନ୍ତା ନଭେମ୍ବର ୩୦ରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ । ତେଲଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ