ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀର ଜଣେ ମହିଳା ଦେଲେ ଉପହାର । ଘର ନଥିବା ଜାଣିବା ପରେ ରାହୁଲଙ୍କ ନାମରେ ଲେଖିଦେଲେ ନିଜର ୪ମହଲା କୋଠା । ଦିଲ୍ଲୀରେ ରହୁଥିବା ବାଲିର ରାଜକୁମାରୀ ଗୁପ୍ତା ନିଜର ୪ମହଲା କୋଠାକୁ ରାହୁଲ ଗାନ୍ଧୀଙ୍କ ନାମରେ ଲେଖିଦେଇଛନ୍ତି । ସୂଚନା ଅନୁସାରେ, ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ଦିଲ୍ଲୀ ତୋଗଲକ ଲେନରେ ମିଳିଥିବା ସରକାରୀ ଭବନକୁ ଛାଡିବାକୁ ନୋଟିସ ଜାରି କରାଯାଇଛି । ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ଘର ଛାଡିବାକୁ ତାଙ୍କୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ରାହୁଲ ଗାନ୍ଧୀ କେଉଁଠି ରହିବେ ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଦଳର ଅନେକ ନେତା ଓ ମନ୍ତ୍ରୀ ରାହୁଲଙ୍କୁ ଘର ଯୋଗାଇ ଦେବାକୁ ଆଗେଇ ଆସିଥିଲେ । ହେଲେ ରାଜକୁମାରୀ ଗୁପ୍ତା ସିଧା ସଳଖ ରାହୁଲ ଗାନ୍ଧୀଙ୍କ ନାମରେ ଏକ ୪ମହଲା କୋଠା ଲେଖିଦେଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍