କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ । ଦେଶର ବିଭିନ୍ନ ଭାଗରେ ଚାଲିଛି ପ୍ରତିବାଦ ଆନ୍ଦୋଳନ । ଗଣତନ୍ତ୍ରର ସୁରକ୍ଷା ଲାଗି କଂଗ୍ରେସ ପକ୍ଷରୁ ଜାରି ରହିଛି ବିକ୍ଷୋଭ । ରାହୁଲଙ୍କ ସଂସଦୀୟ କ୍ଷେତ୍ର ୱାୟାନାଡ୍ ସମେତ ଭୋପାଳ ଓ ଅନ୍ୟାନ୍ୟ ସ୍ଥାନରେ କର୍ମୀ ଜୋରଦାର ବିକ୍ଷୋଭ କରିଛନ୍ତି । ଦିଲ୍ଲୀରେ ଶହ ଶହ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଓ୍ୱାୟାନାଡରେ କର୍ମୀମାନେ ବିକ୍ଷୋଭ କରିବା ସହ ରେଳରୋକ କରିଛନ୍ତି । ତେଣେ ସଦସ୍ୟତା ରଦ୍ଦ ନିଷ୍ପତ୍ତି ପ୍ରତିବାଦରେ ସୁପ୍ରିମକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଲା । ୧୯୫୧ ଜନପ୍ରତିନିଧି ଆଇନ ଅନୁସାରେ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗର ବିଭିନ୍ନ ଦିଗ ତର୍ଜମା ଲାଗି ପିଟିସନରେ ଦର୍ଶାଯାଇଛି । କେରଳର ସାମାଜିକ କର୍ମୀ ଆଭା ମୁରଲୀଧରନଙ୍କ ପକ୍ଷରୁ ଏହି ପିଟିସନ ଦାୟର ହୋଇଛି । ଏହି ଧରଣର ପଦକ୍ଷେପ ଦ୍ବାରା ଦେଶରେ ନିର୍ବାଚନ ବ୍ୟବସ୍ଥା ବିଗିଡ଼ିବା ସହ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ବୋଲି ଦର୍ଶାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍