ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଭେଟିଛନ୍ତି । ରାହୁଲ ଦିଲ୍ଲୀରେ ମିସା ଭାରତୀଙ୍କ ଆବାସରେ ଲାଲୁଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ । ଅନେକ ସମୟ ଧରି ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ଏକାଠୀ ରାତ୍ରୀଭୋଜନ ମଧ୍ୟ କରିଥିଲେ । ରାତ୍ରୀ ଭୋଜନରେ ରାହୁଲଙ୍କ ପାଇଁ ଚମ୍ପାରଣ ମଟନ ପ୍ରସ୍ତୁତ କରାଯାଇଥିଲା । ମିସା ଭାରତୀ ଏବଂ ଲାଲୁଙ୍କ ପୁରା ପରିବାର ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଥିଲେ । ଏହି ଆଲୋଚନା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆର ରଣନୀତି ସହ ଜଡିତ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଲାଲୁ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ପାଖପାଖି ୪୦ ଦିନ ପରେ ଦ୍ୱିତୀୟ ଥର ସାକ୍ଷାତ ଏବଂ ବୈଠକ ହୋଇଛି । ଲାଲୁଙ୍କୁ ରାହୁଲ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ମଧ୍ୟ ପଚାରିବୁଝିଥିଲେ । ବୈଠକ ବେଳେ କଂଗ୍ରେସ ମହାସଚିବ କେସି ବେଣୁଗୋପାଲ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଅବଦ୍ଦୁଲବାରୀ ସିଦ୍ଦିକୀ ମଧ୍ୟ ଉପସ୍ଥିତ ରହିଥିଲେ ।
“The eyes believe themselves, the ears believe other people.”
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ