ରାହୁଲ ଗାନ୍ଧି ଲଣ୍ଡନରେ ଦେଇଥିବା ବୟାନକୁ ନେଇ ବିବାଦ ଥମିବା ନାଁ ଧରୁନି । ରାହୁଲ ଗାନ୍ଧି ଭାରତର ଗଣତନ୍ତ୍ର ତଥା ସଂସଦ ପ୍ରତି ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏହାସହ ଏଥିନିମନ୍ତେ ସେ ସଂସଦରେ କ୍ଷମା ମାଗିବା ଉଚିତ ବୋଲି ଜିଦ୍ ଧରିଛି ବିଜେପି । ରାହୁଲ ଗାନ୍ଧି କ୍ଷମା ନ ମାଗିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ଚେତାବନୀ ଦେଇଛି ବିଜେପି । ଏପରିକି ଏକ ସ୍ୱତନ୍ତ୍ର କମିଟି ଗଠନ କରି ରାହୁଲଙ୍କ ଲୋକସଭା ସଦସ୍ୟତା ସମାପ୍ତ କରାଯିବା ନିମନ୍ତେ ବିଜେପି ସାଂସଦ ଦାବି କରିଛନ୍ତି । ସେ କହିଛନ୍ତି ଯେ, ୨୦୦୫ ମସିହାରେ ପ୍ରଶ୍ନ ବଦଳରେ ଟଙ୍କା ନେବା ପ୍ରସଙ୍ଗରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା । ଏହାଦ୍ୱାରା ସଂସଦର ସମ୍ମାନକୁ ଆଘାତ କରାଯାଇଥିବା ଅଭିଯୋଗ ହେବା ପରେ ଏହି କମିଟି ଗଠିତ ହୋଇଥିଲା । ଉକ୍ତ କମିଟି ୧୧ ଜଣଙ୍କ ସଦସ୍ୟଙ୍କ ସଦସ୍ୟତା ସମାପ୍ତ କରିଦେଇଥିଲା, ଯାହା ଯଥାର୍ଥ ବୋଲି ସୁପ୍ରିମକୋର୍ଟ ମଧ୍ୟ କହିଥିଲେ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ