ବିଜେପି ନେତା ଅମିତ ମାଲବୀୟଙ୍କ ଟାର୍ଗେଟରେ ରାହୁଲ ଗାନ୍ଧୀ । ସେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଏକ ଚାଲେଞ୍ଜ ଦେଇଛନ୍ତି । ଖୋଲାଖୋଲି ଭାବେ ରାହୁଲ ୨୦୨୪ ଲୋକସଭା ନିର୍ବାଚନରେ ଆମେଥିରୁ ଲଢ଼ିବା ନେଇ ଘୋଷଣା କରନ୍ତୁ । ଅଜୟ ରାୟଙ୍କ ଭଳି ଛୋଟ ନେତାଙ୍କ ପଛରେ ରାହୁଲ ନଲୁଚନ୍ତୁ । ସେ କେବଳ ଗୋଟିଏ ମାତ୍ର ଆସନରୁ ଲଢ଼ିବା ଉଚିତ ବୋଲି ଅମିତ କହିଛନ୍ତି । ଉତ୍ତର ପ୍ରଦେଶର କଂଗ୍ରେସ ନେତା ଅଜୟ ରାୟ ଗତ ସପ୍ତାହରେ କହିଥିଲେ ଯେ ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ପୁଣିଥରେ ଆମେଥିରୁ ଲଢ଼ିବେ । ରାହୁଲଙ୍କୁ ଆମେଥିରୁ ବଡ଼ ବ୍ୟବଧାନରେ ବିଜୟୀ କରାଇ ଲୋକସଭାକୁ ପୁଣି ଥରେ ପଠାଇବାକୁ ରାୟ ଆମେଥିବାସୀଙ୍କୁ ନିବେଦନ କରିଥିଲେ । ଗାନ୍ଧୀ-ନେହରୁ ପରିବାରର ଆମେଥି ସହିତ ପୁରୁଣା ସଂପର୍କ ରହିଛି। ଏହାକୁ କେହି ଦୁର୍ବଳ କରିପାରିବେ ନାହିଁ ବୋଲି ସେ କହିଥିଲେ। ଏହି ଘୋଷଣା ରିପ୍ରେକ୍ଷୀରେ ବିଜେପି ନେତା ଆଜି ଟ୍ବିଟ କରି ରାହୁଲଙ୍କୁ ଏପରି ଚାଲେଞ୍ଜ କରିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ