ପୁଣି ରାହାଗିରିର ମଜା ଉଠାଉଛନ୍ତି ରାଜଧାନୀ ବାସିନ୍ଦା । ଭୁବନେଶ୍ବରରେ ଆରମ୍ଭ ହୋଇଛି ପଥୋତ୍ସବ ବା ରାହାଗିରି । ସ୍ମାର୍ଟ ଜନପଥରେ ଲାଗିଛି ଗହଳି । ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଝୁମୁଛନ୍ତି ରାଜଧାନୀବାସୀ । ମିନି ମାରାଥନ ସହ ରାଜରାସ୍ତାରେ ଚାଲିଛି ଖେଳକୁଦ । ଅନୁଷ୍ଠିତ ହେଉଛି ବିଭିନ୍ନ ବର୍ଗଙ୍କ ମଧ୍ୟରେ ଏକାଧିକ ପ୍ରତିଯୋଗିତା । ବିଏମସି, ବିଡିଏ ଓ ସ୍ମାର୍ଟ ସିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନାଚଗୀତ, ସ୍କେଟିଂ, ସାଇକେଲିଂ ଓ ବିଭିନ୍ନ ଖେଳର ଆସର ଜମିଛି । ଆଗକୁ ହକି ବିଶ୍ବକପ ଆସୁଥିବା ବେଳେ ରାହାଗିରି ଲୋକଙ୍କ ମନରେ ନୂଆ ଉତ୍ସାହ ଭରିଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା