ଦାବି ପୂରଣ ନେଇ ତାତିଲା ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା । କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ଯୁଦ୍ଧଂ ଦେହୀ ଡାକରା । ପଛୁଆ ବର୍ଗଙ୍କ ଦାବି ପୂରଣ ନ କରିବା ନେଇ ତାତିଲା ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା । ଏନେଇ ଆଜି ଭାରତ ବନ୍ଦ ଡାକରା ଦେଇଛି ମୋର୍ଚ୍ଚା । ଜାତୀୟ ନାଗରିକ ରେଜିଷ୍ଟର ବିରୋଧରେ ବି ଗର୍ଜିଛି ସଂଘ । ଦେଶରେ ଏନଆରସି ବିରୋଧୀ ଆନ୍ଦୋଳନକୁ ତୀବ୍ରତର କରିବା, ଜାତିଭିତ୍ତିକ ଜନଗଣନା, ପଛୁଆ ବର୍ଗଙ୍କ ଲାଗି ୫୨ ପ୍ରତିଶତ ସଂରକ୍ଷଣ ଆଦି ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ଏହା ସହ ଇଭିଏମ ହଟାଓ ଗଣତନ୍ତ୍ର ବଞ୍ଚାଓ, ଶ୍ରମିକ ବିରୋଧୀ ଆଇନ ହଟାଇବା, ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଲାଗି ଦାବି କରାଯାଇଛି । ସେହିପରି ଉଦାରୀକରଣ, ଘରୋଇକରଣ, ଜଗତୀକରଣ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ