The Topmost

“The eyes believe themselves, the ears believe other people.”

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚହଳ

ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଅକଳରେ ପଡ଼ିଯାଇଛି ଝାଡ଼ଖଣ଼୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । କହିବାକୁ ଗଲେ ଦଳର ମୁଖ୍ୟ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଧର୍ମସଂକଟରେ ପଡ଼ିଯାଇଛନ୍ତି ।

ଏହାର କାରଣ ହେଉଛି ବିରୋଧୀ ଦଳମାନଙ୍କ ପକ୍ଷରୁ ଏକ ସର୍ବସମ୍ମତ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରଶେଖର ରାଓ କରିଥିବା ଉଦ୍ୟମକୁ ହେମନ୍ତ ହିଁ ପ୍ରଥମେ ସମର୍ଥନ କରିଥିଲେ । କିନ୍ତୁ ବିଜେପି ପକ୍ଷରୁ ଦ୍ରୌପଦୀଙ୍କ ନାମ ଘୋଷଣା ପରେ ଜେଏମଏମ ପାଇଁ ସ୍ଥିତି ଗୋଳମାଳିଆ ହୋଇଯାଇଛି । କାରଣ ଆଦିବାସୀ ସ୍ବାର୍ଥ ପାଇଁ ଲଢୁଥିବା ଦାବି କରୁଥିବା ଜେଏମଏମ ଜଣେ ଆଦିବାସୀ ରାଷ୍ଟ୍ରପତିଙ୍କୁ ବିରୋଧ କରିବାର ରିସ୍କ ନେବାକୁ ଚାହୁଁନାହିଁ । ଦ୍ରୌପଦୀ ଝାଡ଼ଖଣ୍ଡର ରାଜ୍ୟପାଳ ଥିବାବେଳେ ହେମନ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା । ଦ୍ରୌପଦୀଙ୍କୁ ହେମନ୍ତ ଯଥେଷ୍ଟ ସମ୍ମାନ କରନ୍ତି । ଏହି କାରଣରୁ ଗତ ବୁଧବାରଦିନ ଜେଏମଏମ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା ଯେ ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ଜଣେ ଯୋଗ୍ୟ ପ୍ରାର୍ଥୀ ।

ଅନ୍ୟପକ୍ଷରେ ବିରୋଧୀ ପକ୍ଷର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ମଧ୍ୟ ଝାଡ଼ଖଣ୍ଡ ସହ ସଂପର୍କ ରହିଛି । ସେ ରାଜ୍ୟର ହଜାରିବାଗ ନିର୍ବାଚନ ମଣ୍ଡଳୀରୁ ୩ ଥର ସାଂସଦ ନିର୍ବାଚିତ ହୋଇଥିଲେ ।ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ପାଇଁ ବିଜେଡ଼ି ଓ ଓ୍ବାଏସଆର କଂଗ୍ରେସର ସମର୍ଥନ ଜରୁରୀ ଥିଲା । ଜଣେ ଆଦିବାସୀ ନେତ୍ରୀଙ୍କୁ ପ୍ରାର୍ଥୀ କରିବା ପରେ ଏନଡିଏ ଇତି ମଧ୍ୟରେ ବିଜେଡି ଓ ଓ୍ବାଇଏସଆର କଂଗ୍ରେସର ସମର୍ଥନ ହାସଲ କରିଛି । ଜେଏମଏମର ସମର୍ଥନ ମିଳିବା ପରେ ଏନଡିଏ ପାଇଁ ସ୍ଥିତି ଆହୁରି ସୁବିଧାଜନକ ହେବ ।କେବଳ ଜେଏମଏମ ନୁହେଁ, ଦେଶର ଅନେକ ଆଦିବାସୀ ସାଂସଦ ଓ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେବାର ସମ୍ଭାବନା ରହିଛି ।

https://thetopmost.in/an-artificial-eye-can-see-everything-for-a-blind-person/

https://thetopmost.in/hydra-facial-is-in-trend/