ପଞ୍ଜାବ: ଫେବୃଆରୀ ୨୨: ପଞ୍ଜାବ ନିର୍ବାଚନ ପୂର୍ବରୁ ରାମ ରହିମଙ୍କୁ ଦିଆଗଲା ଜେଡ୍ ପ୍ଲସ୍ ସିକୁ୍ୟରିଟି। ଖଲିସ୍ତାନ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷାକୁ ବୃଦ୍ଧି କରିଛନ୍ତି ହରିୟାଣା ସରକାର । ଏଡିଜିପିର ରିପୋର୍ଟକୁ ସୁରକ୍ଷାର ଆଧାର କରିଛନ୍ତି ସରକାର । ଖାଲିସ୍ତାନୀ ସମର୍ଥକମାନେ ଡେରା ମୁଖ୍ୟଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି, ତେଣୁ ତାଙ୍କୁ କଠୋର ସୁରକ୍ଷା ଦିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି ।ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ରାମ ରହିମ ୨୧ ଦିନିଆ ଫୋରଲଗରେ ଅଛନ୍ତି । ନିର୍ବାଚନ ପୂର୍ବରୁ ମିଳିଥିବା ଫୋରଲଗ ପାଇଁ ବିରୋଧୀ ଦଳ ପ୍ରଶ୍ନ ଉଠାଇ ହରିୟାଣା ସରକାରଙ୍କୁ ଘେରି ରହିଥିଲେ । ପଞ୍ଜାବ ଏବଂ ଉତ୍ତରପ୍ରଦେରେ ରାମରହିମକଙ୍କ ବହୁ ସଂଖ୍ୟାରେ ଅନୁଗାମୀ ଅଛନ୍ତି । ତେବେ ପଞ୍ଜାବ ନିର୍ବାଚନ ସହ ରାମ ରହିମଙ୍କୁ ଦିଆଯାଇଥିବା ଛୁଟି ସହ ନିର୍ବାଚନର କୌଣସି ସମ୍ପର୍କ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ