ଅଯୋଧ୍ୟରେ ଥିବା ରାମ ଜନ୍ମଭୂମି କମ୍ପ୍ଲେକ୍ସ ବା ରାମ ମନ୍ଦିର କମ୍ପ୍ଲେକ୍ସକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ । କେହି ଅଜଣା ଦୁର୍ବୃତ୍ତ ଅଯୋଧ୍ୟାରେ ରହୁଥିବା ରାମଲଲା ସଦନର ଜଣେ ଶିଷ୍ୟଙ୍କୁ ଫୋନ କରି ଏପରି ଧମକ ଦେଇଛି । ଏନେଇ ପୋଲିସ୍ ଅଭିଯୋଗ ପାଇବା ପରେ ଫୋନ କରି ଧମକ ଦେଇଥିବା ଦୁର୍ବୃତ୍ତକୁ ଖୋଜିବା ଜାରି ରଖିଛି । ପୋଲିସର ତଥ୍ୟ ଅନୁସାରେ ଧମକପୂର୍ଣ୍ଣ କଲ୍ ଟି ରାମକୋଟ ଅଞ୍ଚଳରେ ରହୁଥିବା ମନୋଜ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିଲା । ସେ ମୋବାଇଲରେ ଏପରି ଧମକପୂର୍ଣ୍ଣ କଲ୍ ପାଇବା ପରେ ତୁରନ୍ତ ପୋଲିସ୍କୁ ଅବଗତ କରିଥିଲେ । ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଥିବା ଅଞ୍ଚଳକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ଫୋନ କରିଥିବା ଦୁର୍ବୃତ୍ତ ଧମକ ଦେଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ