ସାମୟିକ ଭାବେ ସ୍ଥଗିତ ହେଲା ଅମରନାଥ ଯାତ୍ରା । ଖରାପ ପାଗ ଯୋଗୁଁ ଯାତ୍ରାକୁ ସ୍ଥଗିତ ରଖାଯାଇଥିବା ସୂଚନା । ଯାତ୍ରା ସ୍ଥଗିତ ହେବା ଦ୍ୱାରା ପ୍ରାୟ ୬ହଜାର ଅମରନାଥ ଶ୍ରଦ୍ଧାଳୁ ରାମବନରେ ଫଶି ରହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ତୀର୍ଥଯାତ୍ରୀ ଆଗକୁ ଯାତ୍ରା କରିପାରିନାହାନ୍ତି । ଯାତ୍ରୀଙ୍କୁ ଯେପରି କୌଣସି ସମସ୍ୟା ନହେବ, ସେଥିପ୍ରତି ଜିଲ୍ଲା ପ୍ରଶାସନ ଯଥାସମ୍ଭବ ପଦକ୍ଷେପ ଉଠାଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ଓ କାଲି ଜମ୍ମୁ-କାଶ୍ମୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଜୁଲାଇ ୧ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୩୧ରେ ଶେଷ ହେବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ