ରାବଡ଼ି କଲଚର ବା ମାଗଣା ଯୋଜନାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ମାଗଣା ଯୋଜାନାକୁ ବିରୋଧ କରି ହୋଇଥିବା ଏକ ଆବେଦନ ଉପରେ ଶୁଣାଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । କୋର୍ଟ କହିଛନ୍ତି ଯେ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ପ୍ରତିଶ୍ରୁତି ଉପରେ କୋର୍ଟ ରୋକ ଲଗାଇ ପାରିବେନି । ଏହି ପ୍ରତିଶ୍ରୁତିଗୁଡିକ ଦଳ କ୍ଷମତାକୁ ଆଣିବ ନା ନାହିଁ ତା ଉପରେ କୌଣସି ଗ୍ୟାରେଣ୍ଟି ଦିଏ ନାହିଁ । ଏହାସହ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ ଅର୍ଥ କେଉଁଠି ଓ କିଭଳି ବିନିଯୋଗ ହେଉଛି ସେ ଉପରେ ଯେ କେହିବି ପ୍ରଶ୍ନ ଉଠାଇପାରିବେ । ଶନିବାର ସୁଦ୍ଧା ଏହି ପ୍ରସଙ୍ଗ ଉପରେ କୋର୍ଟରେ ରାଜନୈତିକ ଦଳମାନେ ନିଜ ନିଜର ମତାମତ ରଖିବାକୁ କୋର୍ଟ କହିଛନ୍ତି । ତେବେ ଏନେଇ ଆଗାମୀ ଶୁଣାଣି ସୋମବାର ହେବ ।
“The eyes believe themselves, the ears believe other people.”
More Stories
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି
ଯୌନଶକ୍ତି ବୃଦ୍ଧି ପାଇଁ ଖାଉଛନ୍ତି କି ଭାଏଗ୍ରା, ସାଇଡଇଫେକ୍ଟ ଶୁଣିଲେ ଆସିବ ହାର୍ଟ ଆଟାକ୍