The Topmost

“The eyes believe themselves, the ears believe other people.”

ରାଫେଲର ରଣନୈତିକ ଅଭିଯାନ

ଭାରତୀୟ ବାୟୁସେନାର ୪ଟି ରାଫେଲ ଲଢୁଆ ବିମାନ ଭାରତ ମହାସାଗର ଅଞ୍ଚଳରେ ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଧରି ଏକ ରଣନୈତିକ ଅଭିଯାନ ଚଳାଇଛନ୍ତି । ଏହି ଅଭିଯାନ କାଳରେ ଲଢ଼ୁଆ ରାଫେଲ ଯୁଦ୍ଧ ବିମାନଗୁଡ଼ିକ ସେମାନଙ୍କର ଦୀର୍ଘ ଦୂରତାର ଯୁଦ୍ଧ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଥିଲା । ପୂର୍ବ ସେକ୍ଟରର ହାସିମାରା ବାୟୁସେନା ଷ୍ଟେସନରୁ ଉଡ଼ାଣ ଭରିଥିବା ଏହି ବିମାନଗୁଡ଼ିକ ବିଭିନ୍ନ ଯୁଦ୍ଧ କୌଶଳ ଓ ସିମୁଲେଟେଡ୍‌ ଅପରେସନ୍‌ ସହିତ ମିଶନ କରିଥିଲେ ଏବଂ ଆଶାନୁରୂପ ଫଳାଫଳ ହାସଲ କରିବା ପରେ ବେସ୍‌କୁ ଫେରି ଆସଥିଲେ । ଭାରତୀୟ ନୌସେନାର ପଛ ଅଗଣା କୁହାଯାଉଥିବା ଭାରତ ମହାସାଗର ଅଞ୍ଚଳରେ ଚୀନ୍‌ ନିଜର ଉପସ୍ଥିତି ବଢ଼ାଉଥିବା ବେଳେ ଭାରତୀୟ ବାୟୁସେନା ଏହି ଅଭିଯାନ ଚଳାଇଛି । ୪ଟି ରାଫେଲ ବିମାନର ମିଶନ ବିଭିନ୍ନ ଚ୍ୟାଲେଞ୍ଜିଂ ପରିସ୍ଥିତିର ମୁକାବିଲା କରିବାରେ ସେମାନଙ୍କର କାର୍ଯ୍ୟଦକ୍ଷତା ଏବଂ ପ୍ରସ୍ତୁତିକୁ ଏହି ଅଭିଯାନ କାଳରେ ଦର୍ଶାଇଥିବା କୁହାଯାଉଛି। ବାୟୁସେନା ମଧ୍ୟ ଏହି ମିଶନ ବିଷୟରେ ଟୁଇଟ୍‌ କରି କହିଛି; ବାୟୁସେନାର ୪ଟି ରାଫେଲ ଆଇଓଆରରେ ୬ ଘଣ୍ଟାରୁ ଅଧିକ ସମୟ ଧରି ଲମ୍ବା ଦୂରତା ଅଭିଯାନ ଚଳାଇଥିଲେ । ଏହି ବିମାନଗୁଡ଼ିକ ସେମାନଙ୍କ ୱେପନ୍‌ ରିଲିଜ୍‌ ପଏଣ୍ଟକୁ ଯିବା ବାଟରେ ଏକ ବିଶାଳ ଫୋର୍ସ ମୁତୟନ ମଧ୍ୟ ଦେଇ ‘ଲଢ଼େଇ’ କରିଥିଲେ।

SHARE BY