ରାତି ୧୦ଟା ପରେ ଟୁଇନ୍ ସିଟିରେ ଫୁଟିବ ନାହିଁ ବାଣ । ଏନେଇ ଆଜି କମିସନରେଟ୍ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ରାତି ୧୦ଟା ପରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । କେବଳ ୧୨୫ ଡେସିବେଲଠାରୁ କମ୍ ଶବ୍ଦର ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ହେଲେ ବାଣ କେବଳ ରାତି ୧୦ଟା ଭିତରେ ହିଁ ଫୁଟାଯାଇପାରିବ । ତେବେ ଯେଉଁମାନେ ବେଆଇନ୍ ଭାବେ ବାଣ ଫୁଟାଇବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ କମିସନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ଦିଆଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା