ବୁଧବାର ବାରବାଟୀ ଷ୍ଟାଡିୟମରେ ବାଜିବ ହକି ବିଶ୍ବକପ୍ ବିଗୁଲ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହାର ଶୁଭାରମ୍ଭ ଦେଖିବ ସାରା ବିଶ୍ୱ । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ । ଆଉ ଏଥିରେ ମୁଖ୍ୟ ଆକର୍ଷଣ ପାଲଟିବେ ବଲିଉଡ ଷ୍ଟାର ଆଇକନ୍ । ଖାସ୍ କରି ଉଦଘାଟନୀ ଉତ୍ସବରେ ଧମାଲ କରିବେ ରଣବୀର ସିଂ ଓ ଦିଶା ପଟାନୀ । କିଛି ଦିନ ହେଲା କଳାକାର ମାନେ ନିଜର ଅଭ୍ୟାସ ଜାରି ରଖିଛନ୍ତି । ଶତାଧିକ ନୃତ୍ୟଶିଳ୍ପୀ ନିଜ ନିଜର ଅଭ୍ୟାସ କରୁଛନ୍ତି । ସେହିଭଳି ପ୍ରୀତମଙ୍କ ସଙ୍ଗୀତର ଯାଦୁରେ ଝୁମିବେ ଉପସ୍ଥିତ ଦର୍ଶକ । ଉଦଘାଟନୀ ଉତ୍ସବରେ ୩୦ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଅତ୍ୟାଧୁନିକ ବିଶାଳ ମଂଚ କରାଯାଇଛି । ହକି ଉଦଘାଟନୀ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିୟମ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି