The Topmost

“The eyes believe themselves, the ears believe other people.”

ରାତି ପାହିଲେ ସୂର୍ଯ୍ୟ ମିଶନ

ରାତି ପାହିଲେ ସୂର୍ଯ୍ୟ ମିଶନ । କାଲି ଦିନ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ । ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ରକେଟ ଓ ସାଟେଲାଇଟ ପ୍ରସ୍ତୁତ ଅଛି । ରିହରସାଲ ବି ଶେଷ ହୋଇଛି | ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଲାଗି ସାରା ଦେଶବାସୀ କରିଛନ୍ତି ପ୍ରତୀକ୍ଷା । PSLV-C57  ଜରିଆରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ୧ । ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ ଆଦିତ୍ୟ ଏଲ୧ର ସଫଳତା ଉପରେ ରହିଛି ନଜର । ସୂର୍ଯ୍ୟ ଓ ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ୧ରେ ଏକ କକ୍ଷ ପଥରେ ସ୍ପେସକ୍ରାଫ୍ଟକୁ ମୁତୟନ କରାଯିବ । ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ । ସୌରମଣ୍ଡଳରେ ଚାଲିଥିବା ବିଭିନ୍ନ ଆକ୍ଟିଭିଟି ସମ୍ପର୍କରେ ଗବେଷଣା କରିବ ଆଦିତ୍ୟ ଏଲ-୧ ।

SHARE BY