୨୦୨୨ବର୍ଷ ରାଜ୍ୟ ଏସଟିଏଫ୍ ପାଇଁ ସଫଳତାର ବର୍ଷ । ଏହି ବର୍ଷ ମୋଟ ୭୫ଟି ମୋକଦ୍ଦମାର ତଦନ୍ତ କରି ୧୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୭ଟି ରାଜ୍ୟର ୧୪ଜଣ ଦୁର୍ଦ୍ଦାନ୍ତ ଅପରାଧି ରହିଛନ୍ତି । ଏସଟିଏଫର ସମୟାନୁବର୍ତ୍ତୀ ଚଢାଉ ଓ ବ୍ୟାପକ ନେଟୱର୍କ ଯୋଗୁ ଧଳା ଜହର କାରବାରରେ ଲିପ୍ତ ଥିବା ଅପରାଧିଙ୍କୁ ସାବାଡ କରିବାରେ ସଫଳ ହୋଇପାରିଛି । କେବଳ ୨୦୨୨ ବର୍ଷରେ ୨୨କିଲୋଗ୍ରାମ ବ୍ରାଉନ ସୁଗାର,୨୫୨୪କେଜି ଗଞ୍ଜେଇ, ୨୦୨ଗ୍ରାମ କୋକେନ୍, ୫୧୭ ଗ୍ରାମ ଅଫିମ ସହ ନଗଦ ୬୫ଲକ୍ଷ ଟଙ୍କା ଜବତ କରିପାରିଛି ଏସଟିଏଫ୍ । ମାଦକ ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ୧୨କୋଟି ୮୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି।
More Stories
ମଣ୍ଡିରୁ ଧାନଉଠା ବିଳମ୍ବରେ କାରଣ ଦର୍ଶାଅ ନୋଟିସ୍
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ