ଆଜିଠୁ ଓଡ଼ିଶାରେ ଓବିସି ତଥା ପଛୁଆବର୍ଗ ସର୍ଭେ । ବିହାର ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ଭାବେ ଓବିସି ସର୍ଭେ କରିବ । ଓଡିଶା ସରକାରଙ୍କ ଦ୍ୱାରା ଅଧିସୂଚୀତ ୨୦୮ ପ୍ରକାର ପଛୁଆ ବର୍ଗର ଲୋକଙ୍କୁ ନେଇ ସର୍ଭେ କରାଯିବ । ପଛୁଆବର୍ଗଙ୍କୁ ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ ସୁବିଧା ସୁଯୋଗ ଦେବା ଲକ୍ଷ୍ୟ ରଖି ମେ ୧ ତାରିଖରୁ ମେ ୨୭ ତାରିଖ ପର୍ଯ୍ୟନ୍ତ ପଛୁଆବର୍ଗ ସର୍ଭେ କରାଯିବ । ରାଜ୍ୟର ମୋଟ ୩୧୪ ବ୍ଲକ ଏବଂ ୧୧୪ ଟି ନଗର ନିଗମରେ ସର୍ଭେ କରାଯିବ । ପରିବାରର ମୁଖିଆ ଅବା ବରିଷ୍ଠ ଲୋକଙ୍କ ଠାରୁ ତଥ୍ୟ ଗ୍ରହଣ କରାଯିବ । ସର୍ଭେ କେନ୍ଦ୍ରରେ ଆଧାର କାର୍ଡ, ଭୋଟର କାର୍ଡ, ପାନ କାର୍ଡ, ପାସପୋର୍ଟକୁ ପ୍ରମାଣପତ୍ର ଭାବେ ଦେଖାଇପାରିବେ । ଯେଉଁ ପଛୁଆ ବର୍ଗଙ୍କ ରାସନ କାର୍ଡ ନାହିଁ ସେମାନଙ୍କର ତଥ୍ୟ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯିବ । ଗାଁ ଓ ସହରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ , ଅନ୍ୟ ସରକାରୀ ଅଧିକାରୀମାନେ ସର୍ଭେରେ ନିୟୋଜିତ ହେବେ ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ