The Topmost

“The eyes believe themselves, the ears believe other people.”

ରାଜ୍ୟ ସରକାରଙ୍କ ଫୋକସରେ ଜିରୋ କାଜୁଆଲଟି

ଫୁଲୁଛି ନଦୀ ବଢୁଛି ବନ୍ୟା ଆଶଙ୍କା । ଲଗାଣ ବର୍ଷା ଯୋଗୁ ବଢୁଛି ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟାଜଳ । ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଏହାର ଜଳସ୍ତର ୧୯.୮୮ ମିଟରରେ ପ୍ରବାହିତ ହେଉଛି । ସେପଟେ କରଞ୍ଜିଆ ଦେଓବନ୍ଧ ଡ୍ୟାମର ୩ଟି, ଉଦଳା ସୁନେଇର ୪ଟି, ରାଉରକେଲା ମନ୍ଦିରାର ୮ଟି, ସୁବର୍ଣ୍ଣପୁର ହରିହରଯୋରର ୬ଟି, ନୂଆପଡ଼ା ଲୟୋର ଇନ୍ଦ୍ରର ୩ଟି ଓ ଅନୁଗୁଳ ଡେରଜାଙ୍ଗର ୩ଟି ଗେଟ ଖୋଲାଯାଇଛି । ଜିରୋ କାଜୁଆଲଟିକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଜିଲ୍ଲା ପ୍ରଶାସନ ଓ ଉପଖଣ୍ଡ ଅଧିକାରୀମାନେ କ୍ଷେତ୍ରାଞ୍ଚଳରେ ପହଞ୍ଚି ସାରିଲେଣି । ବିଭିନ୍ନ ସ୍ଥାନରେ ୩୩ଟି ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି  । ଉଦ୍ଧାର ଓ ରିଲିଫ କାର୍ଯ୍ୟ ସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଗୁରୁତ୍ବ ଦେଉଛି ପ୍ରଶାସନ ।