ଏଣିକି ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନି ଫି’ । ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ । ମାତୃଭାଷା ପ୍ରତି ମମତା ବଢାଇବାକୁ ରାଜ୍ୟସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ହଷ୍ଟେଲ ଫି’ ଛଡା ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନି ଅନ୍ୟ କୌଣସି ଫି’। ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ । କଲେଜ ଉନ୍ନୟନ ପାଣ୍ଠିରୁ ଅନ୍ୟ ସମସ୍ତ ଫି’ ଭରଣ କରାଯିବ । ସରକାରୀ ଡିଗ୍ରୀ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖାଯାଇଛି । କିଛି ଶିକ୍ଷାନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାର ଫି’ ଛାଡ କରାଯାଇଛି । ସାର୍ଟିଫିକେଟ ଏବଂ ମାର୍କସିଟ୍ ପାଇଁ ଆବଶ୍ୟକ ହେଉଥିବା ଫି’ ମଧ୍ୟ ଛାଡ଼ କରାଯାଇଛି । ତେବେ ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ସ୍ବାଗତ କରିଛନ୍ତି ଭାଷାବିତ୍ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା