ଆୟୁଷ୍ମାନକୁ ନେଇ ବିଜେପିକୁ ବିଜେଡିର ଟାର୍ଗେଟ । କେନ୍ଦ୍ର ବଜେଟରେ ଆୟୁଷ୍ମାନ ଯୋଜନା ବାବଦକୁ ୭୨୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯାହାକୁ ନେଇ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବଜେଟରେ ଆୟୁଷ୍ମାନ ପାଇଁ ବ୍ୟୟବରାଦ ହୋଇଥିବା ଅର୍ଥକୁ ଯଦି ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଭାଗ କରାଯାଏ ତେବେ ଓଡ଼ିଶା ଭାଗରେ ମାତ୍ର ୨୦୦ କୋଟି ଟଙ୍କା ପଡ଼ିବ । କିନ୍ତୁ ଓଡ଼ିଶାରେ ବିଏସକେୱାଇରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ପ୍ରତି ଜିଲ୍ଲା ଭାଗରେ ୨୦୦ କୋଟି ଟଙ୍କା ପଡୁଛି । ଯଦି ଓଡ଼ିଶା ଆୟୁଷ୍ମାନ ଯୋଜନାରେ ସାମିଲ ହୋଇଥାଆନ୍ତା ତେବେ ମାତ୍ର ପୂରା ରାଜ୍ୟ ପାଇଁ ୨୦୦ କୋଟି ପାଇଥାନ୍ତା । କିନ୍ତୁ ବିଏସକେୱାଇରେ ଓଡ଼ିଶାର ପ୍ରତି ଜିଲ୍ଲାରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଯଦି ଆୟୁଷ୍ମାନ ଭାରତରେ ଓଡ଼ିଶା ସାମିଲ ହେବ ତେବେ ସେଥିରୁ ମିଳୁଥିବା ଅର୍ଥ ଓଡ଼ିଶାର ଗୋଟିଏ ଜିଲ୍ଲା ପାଇଁ ହେଉଥିବା ଖର୍ଚ୍ଚରେ ସରିଯିବ । ଏଭଳି ସ୍ଥଳେ ଅନ୍ୟ ୨୯ ଜିଲ୍ଲା କଣ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା