କ୍ରୀଡା କ୍ଷେତ୍ରରେ ବିଶ୍ଵସ୍ତରରେ ଚମକିଛନ୍ତି ରାୟଗଡା ଜିଲ୍ଲା ବିଷମକଟକର ଯୁବ ପ୍ରତିଭା ବି .ଭିନିଲା । ଚତୁର୍ଥ ଚେସ ବକ୍ସିଂ ବିଶ୍ୱକପରେ ବି.ଭିନିଲା ୫୦ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ଜିତି ଜିଲ୍ଲା ଓ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଚଳିତ ମାସ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ତୁର୍କୀର ଆଣ୍ଟାଲିଆ ସହରରେ ଆୟୋଜିତ ଚତୁର୍ଥ ବିଶ୍ୱ ଚେସ ବକ୍ସି ପ୍ରତିଯୋଗିତାରେ କାଜକଆସ୍ତାନ ଓ ଋଷ ପ୍ରତିଦ୍ବନ୍ଦ୍ବିଙ୍କୁ ପରାଜିତ କରି ସ୍ୱର୍ଣ୍ଣ ପଦକର ଅଧିକାରିଣୀ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ବିଶ୍ଵର ୧୦ଟି ଦଳ ଭାଗ ନେଇଥିଲେ । ବି .ଭିନିଲା ଏବେ ଆନ୍ଧ୍ରପ୍ରଦେଶ ସ୍ଥିତ ବିଶାଖାପାଟଣାର ଏକ ଘରୋଇ ବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ ଅଧ୍ୟୟନ କରୁଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା