The Topmost

“The eyes believe themselves, the ears believe other people.”

ରାଜ୍ୟାଭିଷେକ ପାଇଁ ଉତ୍ସବମୁଖର ବ୍ରିଟେନ୍

ବ୍ରିଟେନର ମହାରାଜା ଚାର୍ଲ୍ସ ତୃତୀୟଙ୍କ ଆଜି ରାଜ୍ୟାଭିଷେକ । ଏଥିପାଇଁ ଉତ୍ସବମୁଖର ବ୍ରିଟେନ । ଲଣ୍ଡନରେ ପହଞ୍ଚିଛନ୍ତି ଦେଶ ବିଦେଶର ହାଇପ୍ରୋଫାଇଲ ଅତିଥି । ଭାରତରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗତକାଲି ଲଣ୍ଡନରେ ପହଞ୍ଚିଛନ୍ତି । ରାଜ୍ୟାଭିଷେକ ଆରମ୍ଭ ପୂର୍ବରୁ ବଙ୍କିମହାମ ପ୍ୟାଲେସରୁ ଓ୍ବେଷ୍ଟ ମିନିଷ୍ଟର ଏବେ ପର୍ଯ୍ୟନ୍ତ ଚାର୍ଲ୍ସ ତୃତୀୟଙ୍କ ଉପସ୍ଥିତିରେ ଏକ ଶୋଭାଯାତ୍ରା କରାଯିବ । ରାଜାଙ୍କ ସହ ଉପସ୍ଥିତ ରହିବେ ତାଙ୍କ ରାଣୀ କାମିଲା । ଦେଶ ବିଦେଶର ୨୩ ଶହ ଅତିଥିଙ୍କ ଉପସ୍ଥିତିରେ ମୁକୁଟ ପିନ୍ଧିବେ ଚାର୍ଲ୍ସ ତୃତୀୟ । ସ୍ଥାନୀୟ ଏକ ଚର୍ଚ୍ଚରେ ରାଜକୀୟ ଢଙ୍ଗରେ ରାଜ୍ୟାଭିଷେକ ହେବ । ଗତ ହଜାରେ ବର୍ଷ ଧରି ଯେଉଁ ପରମ୍ପରା ଜାରି ରହିଛି, ସେହି ଅନୁସାରେ ଏଥର ବି ରାଜ୍ୟାଭିଷେକ ହେବାକୁ ଯାଉଛି । ହାତରେ ବାଇବେଲ ଧରି ଶପଥ ଗ୍ରହଣ କରିବେ ମହାରାଜା ଚାର୍ଲ୍ସ ତୃତୀୟ ।