ଆମ୍ ଆଦମୀ ପାର୍ଟିର ୩ ଜଣ ରାଜ୍ୟସଭା ପ୍ରାର୍ଥୀ ସଂଜୟ ସିଂ, ସ୍ୱାତୀ ମାଲିୱାଲ ଓ ଏନଡି ଗୁପ୍ତା ନିର୍ବାଚିତ ହେବା ନେଇ ସମସ୍ତ ପ୍ରତିବନ୍ଧକ ହଟିଛି । ସ୍କୁଟିନିଂ ପରେ ୩ ଜଣଙ୍କୁ ନିର୍ବିରୋଧ ନିର୍ବାଚିତ କରାଯାଇଛି । ବିଜୟ ସାର୍ଟିଫିକେଟ ନେବାକୁ ଏହି ୩ ଜଣ ନେତା ଆଜି ସ୍କୁଟିନିଂ ଅଫିସ ଆସିବେ । ସେପଟେ ଜେଲରେ ବନ୍ଦ ଥିବା ସଂଜୟ ସିଂ ବି ବିଜୟ ପରେ କୋର୍ଟଙ୍କ ଅନୁମତି ନେଇ ସାର୍ଟିଫିକେଟ ନେବାକୁ ଆସିବେ ବୋଲି ଜଣାପଡିଛି । ଦିଲ୍ଲୀରୁ ରାଜ୍ୟସଭାକୁ ୩ ଟି ଆସନ ପାଇଁ ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ଆଶାୟୀ ପ୍ରାର୍ଥୀ ସଂଜୟ ସିଂ, ସ୍ୱାତୀ ମାଲିୱାଲ ଓ ଏନଡି ଗୁପ୍ତା ସୋମବାର ଦିନ ନାମାଙ୍କନ ଦାଖଲ କରିଥିଲେ । ଆମ୍ ଆଦମୀ ପାର୍ଟିର ୩ ରାଜ୍ୟସଭା ସାଂସଦ ଏନଡି ଗୁପ୍ତା, ସଂଜୟ ସିଂ ଓ ସୁଶୀଲ କୁମାର ଗୁପ୍ତାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୭ ତାରିଖରେ ସମାପ୍ତ ହେବାକୁ ଯାଉଛି । ଏହି କ୍ରମରେ ଆପ୍ ଏଥର ସୁଶୀଲ ଗୁପ୍ତାଙ୍କ ବଦଳରେ ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପଠାଇଛି ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ