ଏନସିଆରବିର ଚାଞ୍ଚଲ୍ୟକର ତଥ୍ୟ । ଓଡ଼ିଶାରେ ୫ ବର୍ଷରେ ୧୫ହଜାର ଶିଶୁ ନିଖୋଜ ହୋଇଛନ୍ତି । ସବୁଠୁ ଉଦ୍ବେଗଜନକ ତଥ୍ୟ ହେଉଛି, ମୋଟ୍ ନିଖୋଜ ଶିଶୁଙ୍କ ମଧ୍ୟରେ ୧୨, ୧୯୯ ଜଣ ଶିଶୁ କନ୍ୟା ଅଛନ୍ତି । ଶିଶୁ କନ୍ୟାଙ୍କୁ ମୁଖ୍ୟତଃ ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଚାଲାଣ କରାଯାଉଥିବା ସୂଚନା । ଓଡ଼ିଶା ପୋଲିସର ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ୨୦୨୧ ମସିହାରେ ଶିଶୁ ନିଖୋଜ ମାମଲା ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି । ୨୦୨୧ ମସିହାରେ ୪ ହଜାର ୧୩୩ ଶିଶୁ ନିଖୋଜ ଅଛନ୍ତି । ଏମାନଙ୍କ ମଧ୍ୟରୁ ୪୭୭ ଜଣ ନାବାଳକ ଓ ୩ ହଜାର ୬୫୬ ଜଣ ନାବାଳିକା ଅଛନ୍ତି । ୨୦୨୧ ବର୍ଷ ଶେଷ ସୁଦ୍ଧା ପୂର୍ବ ବର୍ଷର ବଳକା ନିଖୋଜ ମାମଲାକୁ ମିଶାଇ ରାଜ୍ୟରେ ୭ ହଜାର ୪୦୪ ଶିଶୁଙ୍କ ନିଖୋଜ ମାମଲା । ଏହି ବର୍ଷ ୪ହଜାର ୫୯୬ ଜଣଙ୍କୁ ଠାବ କରାଯାଇଥିବା ବେଳେ ଅବଶିଷ୍ଟ ୨ ହଜାର ୮୦୮ଜଣଙ୍କ ପତ୍ତା ମିଳୁନାହିଁ ।
“The eyes believe themselves, the ears believe other people.”
More Stories
ଶ୍ରୀମନ୍ଦିର କ୍ୟାଲେଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ମହାନଦୀ ଟ୍ରିବ୍ୟୁନାଲ ପାଇଁ ଖର୍ଚ୍ଚ ଅଟକଳ 26 କୋଟି
ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବ ନୂଆ ନିଯୁକ୍ତି ସୁଯୋଗ