The Topmost

“The eyes believe themselves, the ears believe other people.”

ରାଜ୍ୟରେ ୩୦୦ ପାର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 

ରାଜ୍ୟରେ ୩୦୦ ଟପିଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ ଛୁଇଁଛି । ସର୍ବାଧିକ ଆକ୍ରାନ୍ତ  ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ୱରରୁ ରହିଛନ୍ତି । ଖୋର୍ଦ୍ଧା ପରେ ବାଲେଶ୍ୱରରୁ ୨୪, ପୁରୀ-କଟକରୁ ୧୭ ଜଣ ଲେଖାଏଁ, ଜଗତସିଂହପୁରରୁ ୧୩, ଯାଜପୁରରୁ ୧୨ ଓ ନୟାଗଡରୁ ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଗତବର୍ଷ ଏହି ସମୟରେ କୋରାପୁଟରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଚଳିତଥର କିନ୍ତୁ କୋରାପୁଟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ରାଜ୍ୟରେ ମୋଟ୍ ୨୦ଟି ଜିଲ୍ଲାକୁ ଡେଙ୍ଗୁ ବ୍ୟାପିଥିବା ଜଣାପଡିଛି । ୪୦ଟି ସ୍ଥାନରେ ନମୁନା ପରୀକ୍ଷା ହେଉଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ନମୁନା ପରୀକ୍ଷା ହୋଇଛି । ମୋଟ୍ ୧୪ ହଜାର ୩୭୨ ନମୁନା ପରୀକ୍ଷା ହୋଇଥିବା ବେଳେ ଖୋର୍ଦ୍ଧାରୁ ୩ ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଛି । ସେପଟେ ଆଗକୁ ବର୍ଷାର ପରିମାଣ ବଢିବ । ଏପରି ସ୍ଥିତିରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଆହୁରି ବଢିବା ନେଇ ବିଶେଷଜ୍ଞ ଆକଳନ କରିଛନ୍ତି ।