The Topmost

“The eyes believe themselves, the ears believe other people.”

ରାଜ୍ୟରେ ସ୍ବାଇନ ଫ୍ଲୁ ଭୁବନେଶ୍ବରରୁ ଦୁଇ ଆକ୍ରାନ୍ତ ଚିହ୍ନଟ

() ରାଜ୍ୟରେ ଦେଖାଦେଇଛି ସ୍ୱାଇନ ଫ୍ଲୁ ଆତଙ୍କ । ଏପଟେ କରୋନା, ଟମାଟୋ ଫ୍ଲୁ ରାଜ୍ୟବାସୀଙ୍କୁ ଡରାଉ ଥିବାବେଳେ ପୁଣି ଆଉ ଏକ ଆତଙ୍କ । ତେବେ ଆଗରୁ ମଧ୍ୟ ଏହି ରୋଗ ଚିହ୍ନଟ ହୋଇଥିଲା । ଭୁବନେଶ୍ୱର ୟୁନିଟ ୪ ଅଂଚଳର ଏକ ଘରୋଇ ମେଡ଼ିକାଲରେ ଦୁଇ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ଆକ୍ରାନ୍ତ ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ଜଣେ ୩୭ ବର୍ଷୀୟ ପୁରୁଷ ହୋଇଥିବାବେଳେ ଆଉ ଜଣେ ୨୭ ବର୍ଷୀୟ ମହିଳା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜନ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ।

https://thetopmost.in/different-rule-for-wedding-guest/

https://thetopmost.in/fan-celebrate-ranvir-alia-marrige-in-different-style/