The Topmost

“The eyes believe themselves, the ears believe other people.”

ରାଜ୍ୟରେ ବଢ଼ିଛି ବିଦେଶୀ ପକ୍ଷୀଙ୍କ ଆଗମନ

କୁଳଡିହା ଅଭୟାରଣ୍ୟ ଓ ନୀଳଗିରିରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୫ଟି ସ୍ଥାନରେ ଚାଲିଛି ଗଣନା । ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବନ ବିଭାଗର ୫ଟି ଟିମ୍ ସହ ୨୦ ଜଣରୁ ଅଧିକ ବନ କର୍ମଚାରୀ । କୁଳଡିହା ଅଭୟାରଣ୍ୟ ଭିତରେ ଥିବା ଖୁମକୁଟ, ବୁଗାଳିବନ୍ଧ, ରିଶିଆ, ସାତଘାଟି ଆଦି ସ୍ଥାନରେ ଗଣନା ଚାଲିଥିବା ବେଳେ ନୀଳଗିରି ପଦ୍ମତୋଳା ହ୍ରଦରେ ମଧ୍ୟ ଚାଲିଛି ପକ୍ଷୀ ଗଣନା। DFOଙ୍କ ତତ୍ବାବଧାନରେ ଚାଲିଛି ପକ୍ଷୀ ଗଣନା କାର୍ଯ୍ୟକ୍ରମ । କୁଳଡିଆରେ ଚଳିତ ବର୍ଷ ପକ୍ଷୀ ମାନଙ୍କ ସଂଖ୍ୟା ବଢ଼ିଛି ବୋଲି କହିଛନ୍ତି ପକ୍ଷୀ ବିଶେଷଜ୍ଞ ମାନେ ଓ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ । ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଆରମ୍ଭ ହୋଇଛି ପକ୍ଷୀ ଗଣନା ।ସମଗ୍ର ଅସ୍ତରଙ୍ଗରେ ଦେଶୀ, ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି ।ବନ୍ୟ ପ୍ରାଣୀ ଡିଭିଜନ ଅଧୀନରେ ଥିବା ୫ଟି ଜାଗାରେ ଆରମ୍ଭ ହୋଇଛି ଗଣନା । ମୋଟ ପାଞ୍ଚଟି ଟିମ୍‌ ୧୫ଜଣ ବନକର୍ମଚାରୀ ନିୟୋଜିତ ଅଛନ୍ତି । ବାଇନାକୁଲର, ଗାଇଡ ବୁକ୍‌ ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି । ସକାଳ ୫ ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ୧୦ଟା ପର୍ଯ୍ୟନ୍ତ ଚାଲିବ। ଗଣନା ସମୟରେ ଅସ୍ତରଙ୍ଗ ବନଖଣ୍ଡ ମଧ୍ୟ୍ୟକୁ ସମସ୍ତ ଙ୍କୁ ବାରଣ କରାଯାଇଛି । ଏପରିକି ପକ୍ଷୀ ଥିବା ଅଞ୍ଚଳ ରେ ମସ୍ୟଜୀବୀ ଙ୍କ ମାଛ ଧରା ଉପରେ କଟକଣା କରାଯାଇଛି । ଏହି ଡିଭିଜନରେ ୫ଟି ରେଞ୍ଜରେ ୨୫ଟି ଟିମ ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ବ୍ରହ୍ମଗିରି ରେଞ୍ଜ ଅଧୀନରେ ପକ୍ଷୀ ଗଣନା ଆରମ୍ଭ କରାଯାଇଛି। ୪ଟି ଜୋନରେ ୪ଟି ଟିମକୁ ନେଇ ଗଣନା କରାଯାଉଛି।

SHARE BY