ଋତୁକାଳୀନ ଫସଲକୁ ସୁରକ୍ଷିତ ରଖିବାକୁ ରାଜ୍ୟରେ ପ୍ରତିଷ୍ଠା ହେବ ୧୦୦୦ ଶୀତଳ ଭଣ୍ଡାର । ଏଥିରେ ୧୦ରୁ ୧୫ ମେଟ୍ରିକ୍ ଟନ୍ ଫସଲ ରଖାଯାଇପାରିବ । ଏସବୁ ଶୀତଳ ଭଣ୍ଡାର ସୋଲାର ଶକ୍ତିରେ ପରିଚାଳିତ ହେବ । ଏନେଇ ପ୍ରକ୍ରିୟା ଅରମ୍ଭ ହୋଇଯାଇଛି । ଏହି ସୂଚନା ଦେଲେ କୃଷି ସଚିବ ଅରବିନ୍ଦ ପାଢୀ । ପ୍ରଥମେ ଫସଲର ବିବିଧିକରଣ ଅର୍ଥ ଧାନ ଫସଲ ବାଦ୍ ଅନ୍ୟ ଅର୍ଥକାରୀ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି । ଅଧିକ ଉତ୍ପାଦନ ପାଇଁ କୃଷି ଯନ୍ତ୍ରପାତି ଉପରେ ଗୁରୁତ୍ୱ ସହ , କୃଷି ଉଦ୍ୟୋଗୀକରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଦେଇଛନ୍ତି । କୃଷି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ କରିବାକୁ ସରକାର ବିଭିନ୍ନ ପ୍ରକାର ମିଶନ ଆରମ୍ଭ କରିଛନ୍ତି । ରାଜ୍ୟରେ ମିଲେଟ ମିଶନ ସହ ମସୃମ ମିଶନ୍, କଫି ମିଶନ୍ ଚାଲିଛି । ଚାଷୀଙ୍କର ଆୟ ବଢାଇବା ଉଦ୍ଦେଶ୍ୟରେ ଏହିସବୁ ମିଶନ୍ ସରକାର ଆରମ୍ଭ କରିଛନ୍ତି । ଓଡିଶା ଦଶନ୍ଧି ଭିତରେ ରାଇସ୍ ସରପ୍ଲସ୍ ରାଜ୍ୟ ଭାବେ ଉଭା ହୋଇପାରିଛି । ଏହାସହ ପରିବା ଓ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ମଧ୍ୟ ରାଜ୍ୟ ଅନ୍ୟ ମାନଙ୍କ ଠାରୁ ଆଗୁଆ ଅଛି ବୋଲି କହିଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍