ଭୁବନେଶ୍ୱର: ମାର୍ଚ୍ଚ ୦୩: ପାଗ ବର୍ତ୍ତମାନ ଶୁଖିଲା ରହିବା ସହିତ ଆଜି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖାଯାଇଛି । ଫଳରେ ଯାନବାହାନ ଚଳାଚଳରେ ସମସ୍ୟା ଦେଖା ଦେଇଥିଲା । ସେହିପରି ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଶୁଖିଲା ପାଣିପାଗ ରହିବ । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନ ତଥା କଟକ, ଭୁବନେଶ୍ୱର, ପୁରୀ ଆଦି ଅଞ୍ଚଳରେ ଘନ କୁହୁଡି ଥିବାରୁ ଦୃଶ୍ୟମାନ କମ୍ ଥିଲା । ଅନ୍ୟପକ୍ଷରେ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭଗ । ସେହିପରି ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ଏବଂ ରାତିର ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍