ଭୁବନେଶ୍ୱର: ଫେବୃଆରୀ ୨୪: ଆଜି ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଏହା ଆରମ୍ଭ ହୋଇ ୧ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ଶାନ୍ତି ଶୃଙ୍ଖଳାର ସହିତ ମତଦାନ କରିବା ପାଇଁ ବିଭିନ୍ନ ପ୍ରକାର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଥମିନି ହିଂସା । । ନୟାଗଡ଼ ଜିଲ୍ଲା ବଡ଼ବୋଦସା ଅଞ୍ଚଳରେ ଆଜି ମତଦାନ ଆରମ୍ଭ ହୋଇଥିବା ବେଳେ ସେଠାରେ ଜଣକୁ ବୋମାମାଡ଼ କରି ହତ୍ୟା କରାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ନୟାଗଡ଼ ଜିଲ୍ଲାରେ ଗଡ଼ିଛି ମୁଣ୍ଡ । ତେବେ ଯେତେ ପରିମାଣରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅମାନିଆଙ୍କୁ ରୋକି ପାରୁନି ପ୍ରଶାସନ । ତେବେ ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଆସୁଥିବା ୯୭୫ ପଂଚାୟତରେ ମତଦାନ ହେଉଛି । ଏଥର ଭୋଟ୍ ଦେଉଛନ୍ତି ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ।
“The eyes believe themselves, the ears believe other people.”
More Stories
ଅଡୁଆରେ ସୁଲତା
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ