ସ୍ବାସ୍ଥ୍ୟସେବାରେ ଓଡ଼ିଶା ଛୁଇଁବ ଆଉ ଏକ ମାଇଲଖୁଣ୍ଟ । କୌଣସି ସ୍ଥାନରେ ରହିବନି ଡାକ୍ତର ଅଭାବ । ରାଜ୍ୟରେ ନିଯୁକ୍ତ ହେବେ ନୂଆ ଏଲୋପାଥି ମେଡିକାଲ ଅଫିସର । ଆଜି ୧୨୦୫ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ । କରମଣ୍ଡଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମା ସଗଦତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯିବ । ପରେ ନବ ନିଯୁକ୍ତ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ସହିତ ଷ୍ଟେଥୋସ୍କୋପ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଜୀବନ ମୂଲ୍ୟବାନ, ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତ୍ରକୁ ସାର୍ଥକ କରୁଛି ସ୍ବାସ୍ଥ୍ୟ ବିଭାଗ । ୧୦ ବର୍ଷରେ ରାଜ୍ୟରେ ପ୍ରତିଷ୍ଠା ହୋଇଛି ୮ଟି ସରକାରୀ ମେଡିକାଲ କଲେଜ ଏବଂ ୨ଟି ପିଜି ଇନଷ୍ଟିଚ୍ୟୁଟ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି