ରାଜ୍ୟରେ ନିଅଣ୍ଟିଆ ବର୍ଷା । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୨.୧ ମିମି ରେକର୍ଡ କରାଯାଇଛି ଯାହାକି ସ୍ୱାଭାବିକ ବର୍ଷା ୯.୭ ମିମି ତୁଳନାରେ ୭୭% କମ ଅଛି । ମୌସୁମୀ ନିମ୍ନଚାପ ରେଖାଠାରୁ ତଳେ ରହୁଛି । ୧ ଜୁନରୁ ଆଜି ଯାଏଁ ୨୨୨.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ୩୦୪.୨ ମିମି ବର୍ଷା ହେବା କଥା । ସବୁଠୁ କମ ବର୍ଷା କଳାହାଣ୍ଡି ଜିଲ୍ଲାରେ ହୋଇଛି । ଅନ୍ୟ ୯ ଜିଲ୍ଲା କୋରାପୁଟ, ମାଲକାନଗିରି, ବରଗଡ, ସୁନ୍ଦରଗଡ, ସମ୍ବଲପୁର, ଭଦ୍ରକ, କେଉଁଝର, ଅନୁଗୁଳ, ଢେଙ୍କାନାଳରେ ସ୍ୱାଭାବିକ ବର୍ଷା ହୋଇଛି । ସେହିଭଳି ଝାରସୁଗୁଡା ଓ ଦେଓଗଡରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୮ ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଥିବା ବେଳେ ମୌସୁମୀର ପ୍ରଭାବ ଏବେ ରାଜ୍ୟରେ ବିଶେଷ ନାହିଁ । ଲଘୁଚାପର ପ୍ରଭାବ ଓ ମୌସୁମୀର ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ର ପ୍ରଭାବରେ ଉତ୍ତର ଭାରତରେ ପ୍ରବଳ ବର୍ଷା ଜାରି ରହିଛି କିନ୍ତୁ ଓଡ଼ିଶାରେ ବର୍ଷା ନାହିଁ । ଆସନ୍ତାକାଲି ଠାରୁ ଓଡ଼ିଶାରେ ବର୍ଷା କିଛି ମାତ୍ରାରେ ବଢିବ । ତେବେ ଜୁଲାଇ ଦ୍ୱିତୀୟ ସପ୍ତାହ ପରେ ପରେ ରାଜ୍ୟରେ ବର୍ଷାର ପରିମାଣ ବଢିପାରେ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା